spot_img

‘ମଡ଼ର୍ଣ୍ଣା ଟିକା’ ନେବା ପରେ ବୋଷ୍ଟନ୍ ଡ଼ାକ୍ତରଙ୍କ ଦେହରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ: ‘ମଡର୍ଣ୍ଣା’ର କରୋନାଭାଇରସ ଟିକା ନେବା ପରେ ‘ସେଲଫିସ ଆଲର୍ଜି’ ଥିବା ବୋଷ୍ଟନ୍ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି। ବୋଷ୍ଟନ ମେଡିକାଲ ସେଣ୍ଟରର ବାର୍ଦ୍ଧକ୍ୟକାଳୀନ କର୍କଟରୋଗ ବିଭାଗର ଶିକ୍ଷାର୍ଥୀ ଥିବା ଡାକ୍ତର ହୋସେନ ସଦରଜାଦେ କହିଛନ୍ତି ଯେ, ଟିକା ନେବା କ୍ଷଣି ହିଁ ସେ ତୀବ୍ର ପାର୍ଶ୍ୱପ୍ରତିକ୍ରିୟା ଅନୁଭବ କରିଥିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ହୃଦସ୍ପନ୍ଦନ ବଢ଼ି ଯାଇଥିଲା। ସମଗ୍ର ଆମେରିକାରେ ଟିକା ବଣ୍ଟନ ଆରମ୍ଭ ହେବା ଓ ଦିଆଯିବାର ପ୍ରଥମ ସପ୍ତାହରେ ଏହା ହେଉଛି ‘ମଡର୍ଣ୍ଣା’ ଟିକାର ପ୍ରଥମ ତୀବ୍ର ପାର୍ଶ୍ୱ ପ୍ରତିକ୍ରିୟା। ବୋଷ୍ଟନ ମେଡିକାଲ ସେଣ୍ଟରର ମୁଖପାତ୍ର ଡେଭିଡ କିବେ ଏକ ବିବୃତିରେ କହିଛନ୍ତି ଯେ, ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଡାକ୍ତର ହୋସେନ ସଦରଜାଦେଙ୍କୁ ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଏବେ ସେ ଭଲ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫାଇଜର-ବାୟୋଏନଟେକ’ କୋଭିଡ-୧୯ ଟିକା ନେବା ପରେ ୫ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଘଟଣାର ତଦନ୍ତ ଚାଲିଥିବା କଥା ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର ଜଣେ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular