ଖୋର୍ଦ୍ଧା : ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ ବ୍ୟବସାୟ ବଢ଼ିବାରେ ଲାଗିଛି । ମଦ ବ୍ୟବସାୟୀମାନେ ଜଙ୍ଗଲ ଭିତରେ ମଦ ରାନ୍ଧି ବିକ୍ରି କରି ବେସ୍ ଲାଭବାନ ହେଉଥିବା ଜଣାପଡିଛି । ସେପଟେ ଏହି ମଦ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିଛି ପୋଲିସ । ସେହିଭଳି ଆଜି ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ଆମ୍ବ ବଗିଚାରେ ମଦ ରନ୍ଧା ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ଅଧିକାରୀ ସଦଳବଳେ ଚଢ଼ାଉ କରି ୮ଶହ ଲିଟର ପୋଚ ନଷ୍ଟ କରିବା ସହ ୩୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ପୋଲିସ ଚଢ଼ାଉ ସମ୍ପର୍କରେ ଜାଣିପାରି ମଦ ବ୍ୟବସାୟୀମାନେ ସ୍ଥାନ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0