ବାଲେଶ୍ୱର: ଅନେକ ସମୟରେ ବେଆଇନ୍ ଭାବେ ଗୋରୁ ଚାଲାଣ କରୁଥିବା କଥା ସମ୍ନାକୁ ଆସୁଛି । ପୁଣି ସେହିଭଳି ଚାଞ୍ଚଲ୍ୟକର ଖବର ସମ୍ନାକୁ ଆସିଛି । ଆଜି ଭୋର ୮ଟା ସମୟରେ ପଶ୍ଚିମବଙ୍ଗ ଅଞ୍ଚଳକୁ ୧୦୦ ରୁ ଉର୍ଦ୍ଧ ଗୋରୁ ଚାଲାଣ ହେଉଥିବା ବେଳେ ଖନ୍ତାପଡା ପୋଲିସ ୮ଟି ପିକଅପ ଭ୍ୟାନ ସହ ୧୧ଜଣଙ୍କୁ ଗିରଫ କରିଛିି ।
ସୂଚନା ମୁତାବକ, ବାଲେଶ୍ୱରର ବାହାନଗାର ସାହାସପୁର ଅଞ୍ଚଳରୁ ପଶ୍ଚିମବଙ୍ଗ ସୁନାଖଣିଆ ଅଞ୍ଚକୁ ଗୋରୁ ଚାଲାଣ ହେଉଥିବାର ଖବର ପାଇ ଶୀଜଙ୍ଗ ନିକଟସ୍ଥ ଗୋପାଳପୁର ଛକ ନିକଟରେ ପରିବା ବୋଝେଇ ଗାଡି କହି ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ନେଇଯାଉଥିବା ବେଳେ ୮ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଖନ୍ତାପଡା ପୋଲିସ ଜବତ କରିବା ସହ ୧୧ ଜଣଙ୍କୁ ଗିରଫ କରିଛି । କିଛିଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଳାର ସିମୁଳିଆ ଥାନା ଅଞ୍ଚଳରୁ ଏକ ଗୋରୁ ବୋଝେଇ କଣ୍ଟେନରରେ ବେଆଇନ୍ ଭାବେ ଗୋରୁଚାଲାଣ କରୁଥିବା ବେଳେ ଗ୍ରାମବାସୀମାନେ ୪୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଥିଲେ ଏବଂ କଣ୍ଟେନରକୁ ପୋଲିସ ଅଟକ ରଖିଥିଲା । ଉକ୍ତ ଗାଡିରେ ଭଦ୍ରକ ଜିଲ୍ଳାର ଆଗରପଡାରୁ ଗୋରୁ ବୋଝେଇ କରି କୋଲକତାକୁ ଚାଲାଣ ହେଉଥିଲା । ତେବେ ପ୍ରତିଦିନ ଅବାଧ ଗୋଚାଲାଣ ହେଉଥିବାର ଅଭିଯୋଗ ହେଉଛି ଏନେଇ ପୋଲିସ ପ୍ରଶାସନପକ୍ଷରୁ କହା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0