ସମ୍ବଲପୁର ୨୩।୦୭: ସମ୍ବଲପୁରରେ ଏକ ଘରୋଇ ନର୍ସିଂ ହୋମ୍କୁ ସିଲ୍ । ସଂଜିବନୀ ନାମକ ଏକ ଘରୋଇ ନର୍ସିଂ ହୋମକୁ ସିଲ୍ କରାଯାଇଛି । ନର୍ସିଂ ହୋମରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ଉକ୍ତ ନର୍ସିଂ ହୋମକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।
ସୂଚନାଯୋଗ୍ୟ ଯେ, ନର୍ସିଂ ହୋମରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ତା ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ତଥା ସମସ୍ତ କର୍ମଚାରୀ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶରେ ଦିଆଯାଇଛି । ଅନ୍ୟପଟେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ନର୍ସିଂ ହୋମକୁ ଜୁଲାଇ ୨୭ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନୋଟିସ ଯାରିହୋଇଛି।
ତେବେ ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ଭୀମସାର, ରେଢାଖାଲ ଉପଖଣ୍ଡ ହସ୍ପିଟାଲ, କୁଚିଣ୍ଡା ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସା ସେବା ବ୍ୟାହତ ଥିବା ବେଳେ ବେସରକାରୀ ସ୍ତରରେ ପ୍ରଥମ ନର୍ସିଂ ହୋମ ଯାହା ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ପ୍ରଥମ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହେଉଥିବା ପରେ ଏବେ ମେଡିକାଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0