spot_img

ଅଧିନାୟକ ରାହାଣେଙ୍କ ଅଧିନାୟକତ୍ୱ ଇନିଂସ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟଦଳ ଚମକ୍ରାର ପ୍ରଦର୍ଶନ କରି ଦୃଢ ସ୍ଥିତିରେ ରହିଛି । ତେବେ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ କରି ପ୍ରଥମ ଇନିଂସ ଖେଳୁଥିବା ଭାରତ କାଲି ଶେଷ ସୁଦ୍ଧା ଏକ ୱିକେଟ ହରାଇ ୩୬ ରନ କରିଥିଲା । ଆଜି ଭାରତ ଦ୍ୱିତୀୟ ଦିନରେ ଖେଳରେ ଭଲ ପ୍ରଦର୍ଶନ କରିବା ସହ ଏକ ଦୃଢ ସ୍ଥିତିରେ ରହିଛି । ଅନ୍ୟପଟେ ଭାରତୀୟ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଦମଦାର ଶତକ ଭାରତକୁ ଏକ ମଜଭୁତ ସ୍ଥିତିରେ ରଖିଛି । ରାହାଣେ ୧୯୬ ବୋଲ ଖେଳି ୧୧ ଚୌକା ସହ ଶତକ ହାସଲ କରିଛନ୍ତି । ଭାରତୀୟ ଦଳ ୫ ୱିକେଟ ହରାଇ ୨୭୬ ରନ କରିଥିବା ବେଳେ ଘରୋଇ ଅଷ୍ଟ୍ରେଲିଆ ଠାରୁ ୮୧ ରନରେ ଅଗ୍ରଣୀ ରହିଛି । ତେବେ ବର୍ତ୍ତମାନ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୦୪ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୩୯ ରନ କରି ଖେଳୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular