spot_img

ରାହାନେଙ୍କୁ ଗାଭାସ୍କରଙ୍କ ପ୍ରଶଂସା

ଅଜିଙ୍କ୍ୟ ରାହାନେଙ୍କ ଫିଲଡିଂ ସଜ୍ଜାକୁ ଉଚ୍ଚ ପାଶଂସା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର । ରାନେଙ୍କର ଅଧିନାୟକତ୍ୱ ଦକ୍ଷତାକୁ ନେଇ ସେ ଏବେଠାରୁ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ । କାରଣ ସେ ନିଜେ ମୁମ୍ବାଇର ହୋଇଥିବାରୁ ଅନେକ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବେ । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିିତିରେ ରାହନେଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାର ସମ୍ଭାଳିବାକୁ ପଡୁଛି । ତାଙ୍କର ସଫଳ ନେତୃତ୍ୱ ଯୋଗୁଁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ େଅଷ୍ଟ୍ରଲିଆ କିକେଟ ଦଳ ୭୨.୩ ଓଭରରେ ମାତ୍ର ୧୯୫ ରନ କରି ଅଲଆଉଟ ହୋଇଯାଇଛି । ଗାଭାସ୍କର କହିଛନ୍ତି ଅତୀତରେ ୨ଟି ଟେଷ୍ଟ ଓ କେତୋଟି ଦିନିକିଆରେ ରାହାନେ ଅଧିନାୟକ ଦାୟିତ୍ୱ ତୁଲାଉଥିବାବେଳେ ସେ ତାଙ୍କ ଫିଲ୍ଡିଂ ସଜାକୁ ଦେଖିଛନ୍ତି । କିଏ କେଉଁଠାରେ ଫିଲ୍ଡିଂ କରିବା ଉଚିତ ତାହା ରାହାନେଙ୍କୁ ଭଲ ରୂପେ ଜଣା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular