spot_img

ମରିପଡୁଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ

କୋଣାର୍କ : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏବେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ନିକଟରେ କୋଣାର୍କର ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ୟ୍ୟନ୍ତ ସମୁଦ୍ର ଉପକୂଳରେ ଶହ ଶହ ଅଲିଭ୍ ରିଡଲେ କଇଁଛ ମରିପଡ଼ିଥିବାର ଦେଖିବାକୁ ମିଳୁଛି ।ସମୁଦ୍ର କୂଳରେ ମରି ପଡ଼ିଛନ୍ତି ମାଳ ମାଳ ଅଲିଭ୍ ରିଡଲେ କଇଁଛ । ବର୍ତ୍ତମାନ କୋଣାର୍କ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ୟ୍ୟନ୍ତ ଆପଣ ଗଲେ ସମୁଦ୍ର କୂଳରେ ଆପଣଙ୍କୁ ଏଭଳି ଚିତ୍ର ଦେଖିବାକୁ ମିଳିବ । ନଭେମ୍ବର ମାସରେ ବିରଳ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବାକୁ ଗଭୀର ସମୁଦ୍ର ଭିତରୁ କୂଳକୁ ଆସିଥାନ୍ତି । ଏହି ସମୟରେ କୂଳରୁ ୨୦ କିଲୋମିଟର ଭିତରକୁ ଟ୍ରଲର ଚଳାଚଳକୁ ନିଷେଧ କରାଯାଇଥାଏ । ହେଲେ ବର୍ତ୍ତମାନ ସ୍ଥିତିରେ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ଭିତରେ ଶହ ଶହ ଅଲିଭ ରିଡଲେ କଇଁଛ ମରିପଡ଼ିବା ନିଶ୍ଚିତ ଭାବେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ସ୍ପଷ୍ଟ କରୁଛି । ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କଇଁଛ ସୁରକ୍ଷା କେବଳ କାଗଜ କଲମରେ ଚାଲିଛି । ସରକାରୀ ଟଙ୍କାକୁ ଚଳୁ କରି ଅଧିକାରୀ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି, ଏପଟେ ବେଆଇନ ଭାବେ ଟ୍ରଲର ଓ ଡଙ୍ଗା ମାଡ଼ରେ ମରୁଛନ୍ତି ଅଲିଭ ରିଡଲେ କଇଁଛ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular