ରାୟଗଡା: ହେଲମେଟ୍ ନ ପିନ୍ଧି ଫାଇନ ଗଣିଲେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନିକଟରୁ ୫ ଶହ ଟଙ୍କା ଫାଇନ ଆଦାୟ କରିଛି ପୁଲିସ । ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ ଜଣ କର୍ମୀଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରିଛି ପୁଲିସ । ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ବସଷ୍ଟାଣ୍ଡରେ ଦଳୀୟ କର୍ମୀ ଓ ନେତା ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ମଟର ସାଇକେଲ ରାଲିରେ ବଂଶୀକ୍ରିର୍ଷ୍ଣା ମଣ୍ଡପକୁ ଯାଇଥିଲେ । ସେହି ସମୟରେ ଏକ ଧଳା ରଙ୍ଗର ସ୍କୁଟିରେ ରାଜ୍ୟସଭା ସାସଂଦ ଏନ ଭାସ୍କର ରାଓ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ । ପୋଲିସ ସାଂସଦଙ୍କ ନିକଟରେ ପହଂଚି ଜରିମାନା ଆଦାୟ କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଦେଶର ଆଇନକୁ ସେ ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0