ଗୌହାଟୀ: ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଙ୍କ ସହ ଗୌହାଟିସ୍ଥିତ କାମାକ୍ଷା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। କାମାକ୍ଷା ମନ୍ଦିର ଦର୍ଶନ ସମୟର କେତୋଟି ଫଟୋ ମଧ୍ୟ ଅମିତ ଶାହ ଟୁଇଟ ରେ ପୋଷ୍ଟ କରି ଲେଖିଛନ୍ତି, ଆମ ନାଗରିକମାନଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରି ପ୍ରାର୍ଥନା କରିବା ସହ ମାତା କାମାକ୍ଷା ଦେବୀଙ୍କ ଆଶୀର୍ବାଦ ଗ୍ରହଣ କରିଛି। ଆଜି ଇମ୍ଫାଲରେ ଏକ କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚୁରାଚନ୍ଦପୁର ମେଡିକାଲ କଲେଜ, ଇମ୍ଫାଲରେ ରାଜ୍ୟ ସରକାରଙ୍କ ଅତିଥିଗୃହ, ନୂଆଦିଲ୍ଲୀର ଦ୍ୱାରକାରେ ମଣିପୁର ଭବନ, ମୁଓଙ୍ଗଖୋଙ୍ଗରେ ଆଇଆଇଟି, ଇମ୍ଫାଲରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଏବଂ ‘ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସିଟି’ର ଶିଳାନ୍ୟାସ କରିବେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0