ବ୍ରହ୍ମପୁର: ବ୍ରହ୍ମପୁର ସହରର ଦୁଇଟି ସୁନା ଦୋକାନରୁ ଚୋରି ଘଟଣାର ପର୍ଦାଫାସ କରିଛି ପୁଲିସ୍। ଚୋରି ସୁନା ଛତିଶଗଡ଼ରୁ ଜବତ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏହି ଘଟଣାରେ ଜଡ଼ିତ ୨ ଜଣଙ୍କୁ ଗିରଫ କରି ବ୍ରହ୍ମପୁର ପୁଲିସ ରିମାଣ୍ଡରେ ଆଣିଛି। ଦୁଇ ଚୋରଙ୍କ ଠାରୁ ୧୬୮.୦୬ ଗ୍ରାମ ସୁନା ଓ ୧୨ ଲକ୍ଷ ୭ ହଜାର ୬୭ଟଙ୍କା ସହ ଗୋଟିଏ କାର ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ଛତିଶଗଡ଼ର କବୀରଧାମ ଜିଲ୍ଲାର ନୟାପଡା ଗାଁର ଲୋକେଶ ଶ୍ରୀବାସ ଏବଂ ଦୁର୍ଗ ଜିଲ୍ଲାର ଭିଲାଇ ଅଞ୍ଚଳର ଲୋକେଶ ରାଓ ବୋଲି ଜଣାପଡ଼ିଛି। ଦୁହେଁ ବିନୋଦ ଅଳଙ୍କାର ଏବଂ କେଶବ ଜୁଏଲାରୀ ଦୋକାନରେ ଚଳିତ ବର୍ଷ ଅକ୍ଟୋବର ଏବଂ ଡିସେମ୍ବର ମାସରେ ବ୍ରହ୍ମପୁରର ବଡ଼ବାଜାର ଥାନାରେ ପଞ୍ଜୀକୃତ ହୋଇଥିବା ଲୁଟ ମାମଲାରେ ଜଡ଼ିତ ଥିଲେ। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖରେ ବିନୋଦ ଅଳଙ୍କାର ଦୋକାନରୁ ପ୍ରାୟ ୧୪୦୦ ଗ୍ରାମ ଓଜନର ଅଳଙ୍କାର ଲୁଟ କରାଯାଇଥିଲା ଏବଂ ଡିସେମ୍ବର ୧୭ ତାରିଖରେ କେଶବ ଅଳଙ୍କାର ଦୋକାନରୁ ୪୨୪ ଗ୍ରାମ୍ ଓଜନର ଅଳଙ୍କାର ଏବଂ ୧.୪୦ ଲକ୍ଷ ନଗଦ ଟଙ୍କା ଚୋରି ହୋଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0