ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ରଜନୀକାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏବେ ତାଙ୍କର ରକ୍ତଚାପ ଠିକ୍ ଅଛି ବୋଲି ପରୀକ୍ଷା କରି କହିଛନ୍ତି ହସ୍ପିଟାଲର ଡାକ୍ତର। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ରଜନୀକାନ୍ତଙ୍କୁ ଡିସ୍ଚାର୍ଜ କରାଯାଇଥିବା ନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ପକ୍ଷରୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି। ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ପରେ ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0