ବଣାଇ: ରାଜ୍ୟରେ ଧିରେ ଧିରେ କୋଭିଡ଼ କଟକଣା ଉଠୁଥିବା ବେଳେ ପର୍ୟ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ କଟକଣାମୁକ୍ତ କରାଯାଉଛି। ଫଳରେ ପୂର୍ବରୁ ରାଜ୍ୟର ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଖୋଲିଥିବା ବେଳେ ଆଜିଠୁ ପର୍ୟ୍ୟଟକଙ୍କ ଲାଗି ଖୋଲିଲା ଖଣ୍ଡାଧାର ଜଳପ୍ରପାତ। ସେଠାରେ ପ୍ରକୃତିର ଅପରୂପ ସୌନ୍ଦର୍ୟ୍ୟର ମଜା ନେଇପାରିବେ ପର୍ୟ୍ୟଟକ। ତେବେ ସେଠାରେ ଭୋଜି ଭାତକୁ ମନା କରାଯାଇଛି। କେବଳ ମନୋରମ ପରିବେଶର ମଜା ଉଠାଇ ପାରିବେ ପର୍ଯ୍ୟଟକ । ତେବେ ବଣାଇ ଡିଏଫଓ କହିଛନ୍ତି, ଖଣ୍ଡାଧାର ଆସୁଥôବା ପର୍ୟ୍ୟଟକଙ୍କ ଉପରେ ନଜର ରଖାଯିବ । କାହାକୁ ବି ଏହି ଅଞ୍ଚଳରେ ଭୋଜିଭାତ କରିବାକୁ ଦିଆଯିବ ନାହିଁ । ସେପଟେ ପୂର୍ବ ଭଳି ଏଠାରେ ପର୍ୟ୍ୟଟକଙ୍କ ପ୍ରବେଶ ଓ ଗାଡି ପାଇଁ ଫି ଆଦାୟ କରାଯିବ। କରୋନା ପାଇଁ ଦୀର୍ଘ ମାସ ହେବ ଜଳପ୍ରପାତ ବନ୍ଦ ରହିଥିଲା। ଏବେ କରୋନା ପ୍ରକୋପ ସାମାନ୍ୟ କମିବା ପରେ ଧିରେ ଧିରେ ପର୍ୟ୍ୟଟନ ସ୍ଥଳିଗୁଡ଼ିକ ଖୋଲାଯାଉଛି । ପର୍ୟ୍ୟଟନସ୍ଥଳୀରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ଗତ ୮ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଫେବୃୟାରୀ ୨୮ତାରିଖ ପର୍ୟ୍ୟନ୍ତ ରାଜ୍ୟର ୫ଟି ସ୍ଥାନ କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଓ ସାତକୋଶିଆରେ ଏହି କାର୍ୟ୍ୟକ୍ରମ ଚାଲିବ। ଏହି ୩ମାସିଆ ପର୍ୟ୍ୟଟନ କାର୍ୟ୍ୟକ୍ରମ ପାଇଁ ଅନଲାଇନରେ ବୁକିଂ ସୁବିଧା ମଧ୍ୟ ଅଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0