ଭୁବନେଶ୍ୱର: ଅସହ୍ୟ ଶୀତର ଆସ୍ତରଣରେ ଓଡ଼ିଶା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ରାଜ୍ୟରେ ୧୨ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାରେ ୮.୨ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ ,କୋରାପୁଟ ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ, ତାଳଚେରରେ ୯.୩ ଡିଗ୍ରୀ, କେନ୍ଦୁଝରରେ ୯.୪ ଡିଗ୍ରୀ, ଭବାନୀପାଟଣାରେ ୯.୬ ଡିଗ୍ରୀ, ସୋନପୁରରେ ୯.୬ ଡିଗ୍ରୀ, ବଲାଙ୍ଗିରରେ ୯.୮ ଡିଗ୍ରୀ ଓ ରାୟଗଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।



Visitors Today : 0
Total Visitors : 130441
Total Views : 9891975
Visitors Online Now : 0