spot_img

କୋଭିଶିଲ୍ଡକୁ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଆସନ୍ତା ୨-୩ ଦିନ ମଧ୍ୟରେ ଅକ୍ସଫୋର୍ଡ-ଆଷ୍ଟାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ସିରମ ଇନଷ୍ଟୁିଚୁ୍ୟଟ ପକ୍ଷରୁ କରାଯାଇଥିବା ଆବେଦନ ସନ୍ତୋଷଜନକ ରହିଛି ବୋଲି କୁହାଯାଇଛି । ଏନେଇ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ । ଅକ୍ସଫୋର୍ଡ- ଆଷ୍ଟାଜେନିକା ପକ୍ଷରୁ ବ୍ରିଟେନ ଏବଂ ବ୍ରାଜିଲରେ କ୍ଲନିକାଲ ଟ୍ରାଏଲ ସମ୍ପର୍କିତ ତଥ୍ୟ ଦାଖଲ କରାଯାଇଛି । ଏନେଇ ଆଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋରିଅଟ୍ କହିଛନ୍ତି ଯେ, କୋଭିଶିଲ୍ଡ ଅନ୍ୟ କରୋନା ଟିକା ଭଳି ଟ୍ରାଏଲରେ ବେଶ ସଫଳ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular