ଯାଜପୁର : ଦିନକୁ ଦିନ ବଢ଼ିବାରେ ଲାଗିଛି ପିଲା ଅପହରଣ। ପିଲା ଅପହରଣ ରାଜ୍ୟ ଦିନକୁ ଦିନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଅପହରଣ ପରେ ନାବାଳକ ଶିଶୁର ଅଙ୍ଗ ତସ୍କରୀ କଥା ସାମ୍ନାକୁ ଆସୁଛି। ନିରୀହ ଶିଶୁର କୋମଳମତି ଜୀବନକୁ ଲୁଟୁଛନ୍ତି ଶିଶୁ ଲୁଟେରା। ଏଥିପ୍ରତି ରାଜ୍ୟ ଗୃହ ବିଭାଗ ସମେତ ରାଜ୍ୟ ସରକାରଙ୍କ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କûର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଶିଶୁ ଅପହରଣକାରୀଙ୍କ ଦ୍ୱାର ଦିନକୁ ଦିନ ବଢ଼ିଚାଲିଛି। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନସ୍ଥ ଧାନମଣ୍ଡଳ ପୋଲିସ ଫାଣ୍ଡି ଅନ୍ତର୍ଗତ ସୁଙ୍ଗୁଡ଼ା କେନାଲ ସାହି ର ଚାରି ବର୍ଷର ଶିଶୁ ଚିଣ୍ଟୁ ଯୋଜ ଅପହରଣ ହେବା ଅଭିଯୋଗ କଥା। ଚଳିତ ମାସ ୨୪ ତାରିଖ ଗୁରୁବାର ମଧ୍ୟାହ୍ନ ଚାରି ଘଟିକା ସମୟରେ ଚିଣ୍ଟୁ ନିଜ ଘର ପାଖରେ ଖେଳୁଥିବା ବେଳେ କେହିଜଣେ ଅପହରଣ କାରୀ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ଚିଣ୍ଟୁର ବାପା ରାମ ଯୋଜ ଓ ମା ଲିଲି ମୁଣ୍ଡା। ପ୍ରଥମେ ଅପହରଣ କାରୀ ଚିଣ୍ଟୁ ଓ ତାର କୁନି କୁନି ସାଙ୍ଗ ଛୁଆଙ୍କୁ ବରା ଖାଇବା ପାଇଁ ଦେଇଥିଲା ଯାହା ଚିଣ୍ଟୁର ବାପା ମା ଓ ସାଥି ପିଲା କହିଛନ୍ତି। ପରେ ପରେ ଟ୍ରେନ ଲାଇନ ରାସ୍ତା ଦେଇ ଅନ୍ୟ ପାର୍ଶ୍ୱ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଏହାକୁ ନେଇ ଚିଣ୍ଟୁର ବାପା ଓ ମା ଗତ ୨୪ତାରିଖ ସନ୍ଧ୍ୟାରେ ଧାନମଣ୍ଡଳ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ, ଧାନମଣ୍ଡଳ ପୋଲିସ ଭାଣ୍ଡି ଅଧିକାରୀଙ୍କ ସହ ବଡ଼ଚଣା ପୋଲିସ ଅଧିକାରୀ ମଧ୍ୟ ପିଲାଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି ବୋଲି କହିଛନ୍ତି। ଏପଟେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଅପହରଣ କାରୀ ଶିଶୁର ଘର ପାଖରେ ଥିବା କେନାଲ ରେ ଖୋଜାଖୋଜି ମଧ୍ୟ ସରିଛି। ଚିଣ୍ଟୁର ବାପା ଓ ମା ପୁଅକୁ ହରାଇ କାନ୍ଦି କାନ୍ଦି ଦିନ ବିତାଉଥିବା ବେଳେ, ପୋଲିସ କଅର୍ଯ୍ୟନୁଷ୍ଠା ଉପରେ ଆଶା ରଖିଛନ୍ତି। ନିରୀହ କୋମଳମତୀ ଶିଶୁର ଅପେକ୍ଷାରେ ପୁରା ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି। ଏପଟେ ଶିଶୁ ଅପହରଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଏଥିପ୍ରତି କୌଣସି ଆଖିଦୃଶିଆ କଅର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହା ପାଇଁ ଅନେକ ସନ୍ଧେହ ସୃଷ୍ଟି ହେବାରେ ଲାଗିଛି। ନୟାଗଡ଼ ଜିଲ୍ଲା ପରି ଅପହରଣ ପରେ ରାଜନୀତି ସରଗରମ ହେଉଥିବା ବେଳେ ଯାଜପୁର ଜିଲ୍ଲା ପିହୁ କଥା ହେଉ କି ବଡ଼ଚଣା ଚିଣ୍ଟୁକୁ ଅପହରଣ କଥା ହେଉ ସ୍ଥାନୀୟ ପୋଲିସ କାର୍ଜ୍ୟନୁଷ୍ଠାନ ପ୍ରତି ଅନେକ ସନ୍ଧେହ ସାମ୍ନାକୁ ଆସୁଛି। ଏପଟେ ସ୍ଥାନୀୟ ଲୋକ ଚିଣ୍ଟୁର ଅପହରଣ ପରେ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହୁଥିବା ବେଳେ,ଏହାପ୍ରତି ପୋଲିସ ତପ୍ତର ପ୍ରକାଶ କରୁ ବୋଲି ଅଭିଯୋଗ କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0