ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନୂଆଁପଲ୍ଲୀ ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଗାଲେରି ଗାଁର ଗଣେଷ ଗୌଡ ଓ ନୂଆପଲ୍ଲୀ ଗାଁର ସୁକୁର ନାଇକ ବୋଲି ଜଣାପଡିଛି । ଗୋଟିଏ ବଣୁଆ ହାତୀ ଛୁଆ ଜନ୍ମ କରି ନୂଆଁପଲ୍ଲୀ ଗାଁ ନିକଟସ୍ଥ କାଜୁ ବଗିଚାରେ ଡେରା ପକାଇଛି। ସ୍ଥାନୀୟ ଲୋକେ ହାତୀ ଦେଖିବା ପାଇଁ ଯାଇଥିବା ବେଳେ ମା ହାତୀ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ଗଣେଶଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁକୁରୁଙ୍କ ମୃତଦେହ ହାତୀପଲଙ୍କ ମଧ୍ୟରେ ପଡିରହିଛି । ମୃତଦେହକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀ ଚେଷ୍ଟା ଚଳାଇଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0