spot_img

ତୃତୀୟ ଦିନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ ତୃତୀୟ ଦିନରେ ଚାଲିଛି ଜଗା ଦର୍ଶନ ଗତ ୨୬ ତାରିଖଠାରୁ ପୁରୀବାସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ତେବେ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ୱାର୍ଡ ୱାରୀ ପୁରୀବାସୀ କରୋନା କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ତିନୋଟି ଦଫାରେ ପ୍ରତ୍ୟେକ ୱାର୍ଡବାସୀଙ୍କୁ ଚାରିଘଣ୍ଟା ଦର୍ଶନ କରିବାର ସୁଯୋଗ ମିଳୁଛି ସୋମବାର ପୁରୀ ସହରର ୧୦,୧୯,,,୨୧ ନମ୍ବର ୱାର୍ଡବାସୀ ଦର୍ଶନ କରିବେ ସକାଳ ଟାରୁ ୧୨ଟା ପର୍ଯ୍ୟନ୍ତ ୧୦ ୧୯ ନମ୍ବର ୱାର୍ଡବାସୀ, ୧୨ଟା୩୦ ରୁ ୪ଟା୩୦ ପର୍ଯ୍ୟନ୍ତ ୨୧ ନମ୍ବର ୱାର୍ଡବାସୀ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ପହୁଡ ହେବା ପର୍ଯ୍ୟନ୍ତ କେବଳ ନମ୍ବର ୱାର୍ଡବାସୀ ଦର୍ଶନ କରିବେ ତେବେ ଯେଉଁମାନେ ପୁରୀ ସହରରେ ଭଡା ରହୁଥିବେ କର୍ମଜୀବୀ ଭାବେ କାର୍ଯ୍ୟ କରୁଥିବେ ସେମାନଙ୍କୁ ମଧ୍ୟ ଦର୍ଶନର ସୁଯୋଗ ଦିଆଯିବ

ସମସ୍ତ ପୁରୀବାସୀ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ। ସମସ୍ତେ ପୌରସଂସ୍ଥା ଦ୍ବାରା ଦିଆଯାଇଥିବା ଟୋକନ୍ ସାଙ୍ଗରେ ଆଣିବା ସହ ପରିଚୟପତ୍ର ମଧ୍ୟ ସାଙ୍ଗରେ ଆଣିବେ ଏଥିସହ ଦର୍ଶନ ପାଇଁ କିଛି କଟକଣା ମଧ୍ୟ କରାଯାଇଛି କୌଣସି ଭକ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ତୁଳସୀ ନେବେ ନାହିଁ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିପାରିବେ ନାହିଁ ଏହାଛଡା ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାଙ୍କୁ ସ୍ପର୍ଶ କରିବେ ନାହିଁ କି ଦୀପ ମଧ୍ୟ ଜାଳି ପାରିବେ ନାହିଁ ପାନ କି ଗୁଟଖା ଖାଇ ଛେପ ପକାଇବେ ନାହିଁ ସମସ୍ତ ଭକ୍ତ ମାର୍କେଟ ଛକଠାରୁ ବ୍ୟାରିକେଡ୍ ମାଧ୍ୟମରେ ଲାଇନ୍ ରେ ପରିଚୟପତ୍ର ଦେଖାଇବା ସହ ହୋଇଥିବା ୮ଟି କିଓସ୍କୋରେ ପୁର୍ନବାର ପରିଚୟପତ୍ର ଦେଖାଇ ଫଟୋଗ୍ରାଫି କରିବେ ତେବେ ଦୀର୍ଘମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ସମସ୍ତ ଭକ୍ତ ବେଶ୍ ଆନନ୍ଦିତ

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular