ଭୁବନେଶ୍ୱର : ଦିନ ଦ୍ୱିପ୍ରହରରେ ରାଜ୍ୟର ଦୁଇଟି ସ୍ଥାନରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା। ଏମିତିକି ଗୁଳି ବି ଫୁଟିଛି ଓ ଜଣେ ଆହତ ହୋଇଛି। ଗୋଟିଏ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗାଁ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସ୍ୱସ୍ତି ରିସୋର୍ଟର ୩ଜଣ କର୍ମଚାରୀ ଏକ କାର୍ରେ ୬ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ମୁକ୍ତେଶ୍ଵର ମନ୍ଦିର ନିକଟରେ କଳା ପଲସରରେ ଆସିଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଖଲ୍ଲିକୋଟ ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଛାନଭିନ ଆରମ୍ଭ କରିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0