ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲ୍ରେ ପଡ଼ିଛନ୍ତି ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଏହାବ୍ୟତୀତ ଜଣେ ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ମଧ୍ୟ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ସମେତ ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ପିଇଓ ଓ ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ହୋଇଛି ଏହି ଚଢ଼ାଉ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍ରେ ରେଡ୍ କରାଯାଇଛି। ସେହିପରି, ସମାନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ PEO ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଲପାଲି ପଞ୍ଚାୟତର PEO ପାଣ୍ଡବ ନନ୍ଦଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। କଲଙ୍ଗାସ୍ଥିତ ବାସଭବନ ସମେତ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ହୋଇଥିଲା ଭିଜିଲାନ୍ସ ରେଡ। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। ସନ୍ତୋଷ କୁମାରଙ୍କ ନାଁରେ ଏକାଧିକ ଘର, ଜମି, ଯାନବାହନ ଥିବା ଅଭିଯୋଗ ହୋଇଛି । ଏହାକୁ ଆଧାର କରି ଭିଜିଲାନ୍ସ ଯାଞ୍ଚ କରୁଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ ପରେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0