spot_img

ମହଙ୍ଗା ପଡିଲା କରୋନାର ଲାଇଭ୍ ରିପୋର୍ଟିଂ!

ବେଜିଂ: ଚୀନରେ ଜଣେ ସିଟିଜନ ଜର୍ନାଲିଷ୍ଟଙ୍କୁ ୪ ବର୍ଷ ଜେଲ ଦଣ୍ଡ । ଝାଙ୍ଗ ଝାନ ନାମକ ଏହି ମହିଳା ଖବରଦାତାଙ୍କୁ ଝଗଡା କରିବା ଓ ସମସ୍ୟା ସୃଷ୍ଟି କରିବାକୁ ଉସକାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି ଚାଇନା କୋର୍ଟ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ ତଥା ଉହାନରେ କୋଭିଡ -୧୯ କୁ ନେଇ ଖବର ସଂଗ୍ରହ କରିବା ଜଣେ ସିଟିଜନ ଜର୍ନାଲିଷ୍ଟକୁ ମହଙ୍ଗା ପଡିଛି । ଝାଙ୍ଗଙ୍କ ଓକିଲ ସୋମବାର କହିଛନ୍ତି ସେ କରୋନାକୁ ନେଇ ଲାଇଭ୍ ଷ୍ଟ୍ରିମିଂ ରିପୋର୍ଟିଂ କରୁଥିବାରୁ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । କୋର୍ଟଙ୍କ ରାୟ ଶୁଣିବା ପରେ ଝାଙ୍ଗଙ୍କ ମାଆ ଖୁବ ଜୋରରେ ଚିକ୍ରାର କରିଥିଲେ । ସେପଟେ ଝାଙ୍ଗ ଖୁବ୍ ନିରାସ ହୋଇଯାଇଛନ୍ତି । ସୂଚନା ମୁତାବକ, କରୋନା ମହାମାରୀ ସମୟରେ ଅର୍ଥାତ୍ ଫେବୃୟାରୀରେ ଝାଙ୍ଗଙ୍କ କରୋନାକୁ ନେଇ ଲାଇଭ୍ ରିପୋର୍ଟିଂ ଓ ସୋସିଆଲ ମିଡିଆରେ ତାଙ୍କ ଲେଖାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ଯେଉଁଥି ପାଇଁ ସେ ଅଧିକାରୀମାନଙ୍କ ନଜରକୁ ଆସିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular