spot_img

ପାଞ୍ଚ ବର୍ଷ ହେଲେ ଆପେ ଆପେ ହୋଇଯାଉଛନ୍ତି ଦିବ୍ୟାଙ୍ଗ

ଅସ୍ତରଙ୍ଗ : ଭାଗ୍ୟର ବିଡମ୍ବନା ନା ଅଘଟଣ l ପାଞ୍ଚ ବର୍ଷ ହେଲେ ଆପେ ଆପେ ହୋଇଯାଉଛନ୍ତି ଦିବ୍ୟାଙ୍ଗ l ରୋଗ ଚିହିଁ ପାରୁନାହାନ୍ତି ଡ଼କ୍ଟର l ସେ କୋଣସି କାରଣରୁ ହେଉ ଅବା କିଛି ଅଘଟଣ l ସୁସ୍ଥ ହୋଇ ଜନ୍ମ ହେବାର ପାଞ୍ଚ ବର୍ଷ ପରେ ପିଲା ହୋଇଯାଉଛନ୍ତି ଦିବ୍ୟାଙ୍ଗ l ପିତା ବିଜୟ ବିଭିନ୍ନ ମେଡିକାଲ ବୁଲି ବୁଲି ହାରସ ହୋଇଗଲଣି l ଡାକ୍ତରବି ଜାଣି ପାରୁନାହାନ୍ତି l ବାପା ମା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି କିଛି ବି ସୁଫଳ ମିଳୁନି l କିଏ କହୁଛି ଜାଗାର ଅଛି ବାସ୍ତୁ ଦୋଷ ଆଉ କିଏ କହୁଛି ଗୁଣି ଗାରେଡି l ହେଲେ ଜନ୍ମ କଲା ପିତା ମାତା କଷ୍ଟ ନକହିଲେ ଭଲ l ଦୁଃଖ ଉପରେ ଦୁଃଖ ଲାଗି ଯାଇଛି l ବାପା ବିଜୟ ନିଜ ପରିବାର ଚଳାଇବା ପାଇଁ ନିଜେ ମୂଲ ଲାଗିବା କୁ ଗଲା ପରେ ମା ସହୁଛନ୍ତି ବିକଳାଙ୍ଗ ପିଲାଙ୍କ ଦୁଃଖ l
ଏଭଳି ଅନିଶ୍ଚିତର ଭାଗ୍ୟ ନେଇ ଜୀବନ ବିତାଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ଗ୍ରାମର ବିଜୟ ସ୍ୱାଇଁ ଙ୍କ ପରିବାର l ଗୋଟିଏ ପୁଅ ଓ ଦୁଇ ଝିଅଙ୍କ ସହ ସ୍ୱାମୀ ,ସ୍ତ୍ରୀ ଙ୍କୁ ନେଇ ପାଞ୍ଚ ପ୍ରାଣୀ କୁଟୁମ୍ଭ l ବିଜୟ କିଛି ଦିନତଳେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରି ପରିବାର ପ୍ରତିପୋଷଣ କରୁଥିଲେ l ପୁଅ ଶିବୁନା ର ଜନ୍ମ ପରେ ଘରେ ଖୁସି ଦୁଇ ଗୁଣା ହୋଇଗଲା l ଅତି ସ୍ନେହ ଯତ୍ନ ରେ ପୁଅ କୁ ବଢ଼ାଇଲେ ପିତା ବିଜୟ ଓ ମାତା ନର୍ମଦା l ହେଲେ ହଟାତ ମାଡି ଆସିଲା ଦୁଃଖ ର କଳା ପାହାଡ଼ l ଯେମିତି କାହାର ନଜର ଲାଗିଗଲା ଏହି ଖୁସି ପରିବାର ଉପରେ l ଦିନେ ଚାରି ବର୍ଷର ପୁଅ ଶିବୁନାକୁ ମା ନର୍ମଦା ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢାଇବାକୁ ନେଇ ଯାଉଥିବା ବେଳେ ହଟାତ ସେ ଚେତା ଶୂନ୍ୟ ହୋଇପଡିଲା l
ପୁଅର ଦେହ ଖରାପ ଖବର ପାଇଁ ଯେଉଁଠି କାମ କରୁଥିଲେ ସେଠୁ ଧାଇଁ ଆସିଲେ ବିଜୟ l ବିଭିନ୍ନ ମେଡିକାଲ କୁ ନେଇ ଚିକିତ୍ସା ମଧ୍ୟ୍ୟ କରାଇଲେ l ହେଲେ ସୁସ୍ଥ ହେବା ପରିବର୍ତ୍ତେ ପୁଅ ଶିବୁନା ଆସ୍ତେ ଆସ୍ତେ ଗୋଡ ବିକଳାଙ୍ଗ ହେବା ସହ ସମ୍ପୂର୍ଣ ହୋଇଗଲେ ଭିନ୍ନ କ୍ଷମ l

କିଛି ଦିନପରେ ବିଜୟ ଙ୍କର ଆଉ ଏକ ଝିଅ ଜନ୍ମହେଲା ବିଜୟ ପୁଅ ଅବସ୍ଥାକୁ ଦେଖି ଝିଅ ସିଆଲି କୁ ଅତି ସତର୍କ ରେ ଲାଳନ ପାଳନ କଲେ ,ଝିଅଟି ଯେପରିପୁଅ ପରି ଅସୁସ୍ଥ ନ ହେଉ ସେଥିପାଇଁ ପିତା ,ମାତା ଚେଷ୍ଟା କଲେ l କିନ୍ତୁ ଝିଅ କୁ ଠିକୀ ପାଞ୍ଚ ବର୍ଷ ବୟସ ହେବା ବେଳକୁ ପୁଅ ପରି ଝିଅ ର ମଧ୍ୟ୍ୟ ଚିକିତ୍ସା କରାଗଲା ,ହେଲେ କିଛି ସୁଫଳ ହେଲା ନାହିଁ l ମେଡିକାଲ ଗଲେ ତାହା ପରେ ବିଭିନ୍ନ ଦେବାଳୟ ,ଗୁଣିଆ ଦୁଆର କୁ ମଧ୍ୟ୍ୟ ଗଲେ ,ଧୀରେ ଧୀରେ ପୁଅ ପରି ଝିଅ ଟି ମଧ୍ୟ୍ୟ ସମ୍ପୂର୍ଣ ଭିନ୍ନ କ୍ଷମହୋଇଗଲା l ଏ ପଟେ ପିଲା ଙ୍କ ଚିକିତ୍ସା କରୁକରୁ ଯେଉଁଠି ରହି ରୋଜଗାର କରୁଥିଲେ ତାକୁ ହରାଇ ବସିଲେ ବିଜୟ l ଆସ୍ତେ ଆସ୍ତେ ଦୁଃଖ ଭିତରକୁ ଠେଲି ହୋଇଗଲେ ବିଜୟ ଙ୍କ ପରିବାର l ପିଲା ଙ୍କୁ ଚିକିତ୍ସା କରିବାକୁ ସମ୍ବଳ ନାହିଁ ପାଖରେ l ଦୁଇ ପୁଅ ଝିଅଙ୍କ ସେବାରେ ଦିନ କଟୁଛି ପିତା ବିଜୟ ଓ ମାତା ନର୍ମଦା ଙ୍କର l

ଏହା ଭିତରେ ଆଉ ଏକ ସୁସ୍ଥ ପିଲା ଆଶା ରେ ଜନ୍ମ ଦେଲେ ଅନ୍ୟ ଏକ କନ୍ୟା ସନ୍ତାନ ,ନା ରଖିଲେ ଲଷ୍ମୀପ୍ରିୟା l ତୃତୀୟ ଝିଅ ଲଷ୍ମୀପ୍ରିୟା ଦେଢ଼ ବର୍ଷ ବୟସ ରେ ପୂର୍ବ ସନ୍ତାନ ମାନଙ୍କ ଲକ୍ଷଣ କିଛି ଦେଖା ଦେଲାଣି ,କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା କରି ପାରୁନାହାନ୍ତି ବିଜୟ l ଲୋକେକହିଲେ ଗୁଣି ଗାରେଡି କିମ୍ବା ଘରର କିଛି ବାସ୍ତୁ ଦୋଷ କାରଣ ରୁ ହେଉଛି l ଲୋକଙ୍କ ଠାରୁ ଏଭଳି ମନ୍ତବ୍ୟ ଓ ଚଳିବାକୁ ଅସମ୍ଭାଳ ହେବାରୁ ବିଜୟ ନିଜ ପରିବାର କୁ ଧରି ନିଜ ଶଶୁର ଘର ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ରେ ରହୁଛନ୍ତି l ବିଜୟ ଏବେ ଗାଁ ରେଅନ୍ୟ ଲୋକଙ୍କଘରେ ମୂଲ ଓ ମଜୁରିଲାଗି ନିଜ ପେଟ ପୋସୁ ଛନ୍ତି l ପିଲା ଙ୍କ ଚିକିତ୍ସା ପାଇଁ ସାମଥ୍ୟନାହିଁ ତାଙ୍କର l ଦୁର୍ଭାଗ୍ୟ ପିଛା ଛାଡ଼ୁନି ,ଅପେକ୍ଷା କରିଛନ୍ତି ସହାୟତାl  କିନ୍ତୁ ଏ ଖବର ବିଷୟର ଅସ୍ତରଙ୍ଗ ତହସିଲଦାର ରାଜଲଷ୍ମୀନାୟକ ଙ୍କ ନିକଟରେ ସେ କହିଥିଲେ ମୁଁ ଏ ବିଷୟରେ ଜାଣି ନ ଥିଲି ଦ୍ୱାରା ଜାଣିବା ପରେ ସେ କହିଥିଲେ ମୁଁ ତଦନ୍ତ କରି ସି .ଆର .ଏମ .ଆଇ ଆସିଷ୍ଟାଣ୍ଟ ପାଇଁ ଜିଲ୍ଲା ଅଫିସ କୁ ପଠାଇବେ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular