spot_img

ଡିସେମ୍ବର ୩୦ରେ ହେବ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଜାରି ରହିଛି କୃଷକ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ୩୩ ଦିନରେ ପହଞ୍ଚିଲାଣି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । ଆସନ୍ତା ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୨୯ ରେ ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଉ ଏକ ବୈଠକ ହେବାର ଥିଲା । ହେଲେ ଏହାକୁ ସରକାର ଡିସେମ୍ବର ୩୦ ଅର୍ଥାତ୍ ବୁଧବାର ଦ୍ୱିପ୍ରହର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଏହା କୃଷକ ନେତା ଓ ସରକାରଙ୍କ ମଧ୍ୟରେ ସପ୍ତମ ବୈଠକ ହେବାକୁ ଯାଉଛି । ଅନ୍ୟପଟେ ଆଲୋଚନା ହେଉଛି କି ସରକାର ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥି ପାଇଁ ସେ ଅଧିକ ସମୟ ମାଗିଛନ୍ତି । ଏହା ପରେ ସେ କୃଷକଙ୍କ ସାମ୍ନାରେ ଯାହା ଉପସ୍ଥାପନ କରିବେ ତାକୁ ହୁଏତ କୃଷକମାନେ ମାନିନେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular