କଟକ: କଟକ ମହାନଗର ଅଞ୍ଚଳରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରିସେନ। ଏ ନେଇ କଟକଣା ଜାରିକଲା ସିଏମ୍ସି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ହେବ ନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ସିଏମ୍ସି ବିଜ୍ଞପ୍ତି ଜାରି କରିଛି। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ। ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ବିଏମ୍ସି କଟକଣା ଜାରି କରିଛି। କୌଣସି ସ୍ଥାନରେ ଏକତ୍ରିତ ନହୋଇ, ନିଜ ନିଜ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ। ବ୍ରିଟେନରେ ନୂଆ କରୋନା ସଂକ୍ରମଣକୁ ନେଇ ଲୋକେ ଭୟଭୀତ ଅଛନ୍ତି। ସେଥିପାଇଁ ବିଏମ୍ସି ଏବଂ ସିଏମ୍ସି ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0