spot_img

ଏ.ଆର୍. ରେହମାନଙ୍କ ମା’ କରିମା ବେଗମ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ବଲିଉଡ୍ ପ୍ରସିଦ୍ଧ ସଙ୍ଗୀତକାର ଆର ରେହମାନଙ୍କ ମାକରିମା ବେଗମଙ୍କ ପରଲୋକ ତାଙ୍କ ମା କିଛି ଦିନ ହେବ ଅସୁସ୍ଥ ଥିଲେ ମାଙ୍କ ବିୟୋଗରେ ଆର ରେହମାନ ତାଙ୍କ ଟ୍ବିଟର ପେଜ୍ ରେ ଏକ ଫଟୋ ସେୟାର କରି ନିଜ ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରେହମାନ ତାଙ୍କ ମାଙ୍କ ଅତି ନିକଟତର ଥିଲେ ତାଙ୍କ କଥାରେ ହିଁ ସେ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ ଏହି କାରଣରୁ ସେ ସବୁବେଳେ ଷ୍ଟେଜ୍ ସୋ ଗୁଡିକରେ ତାଙ୍କ ମାଙ୍କୁ ମନେପକାନ୍ତି

ଏର ରେହମାନ ତାଙ୍କ ଟ୍ବିଟରରେ ଫଟୋ ସେୟାର କରିବା କ୍ଷଣି ଫ୍ୟାନ୍ ମାନେ ତାଙ୍କ ଫଟୋରେ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ ଲୋକମାନେ ରେହମାନଙ୍କ ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଗିଛନ୍ତି ରେହମାନଙ୍କ ଜନ୍ମ ଏକ ହିନ୍ଦୁ ପରିବାରରେ ହୋଇଥିଲା ପିଲାଦିନେ ରେହମାନଙ୍କ ନାଁ ଦିଲ୍ଲୀପ କୁମାର ରଖାଯାଇଥିଲା ବର୍ଷ ବୟସରେ ସେ ତାଙ୍କ ବାପା ଆରକେ ଶେଖରଙ୍କୁ ହରାଇ ଦେଇଥିଲେ

ପରିବାରର ଧର୍ମ ପରିବର୍ତ୍ତନକୁ ନେଇ ଥରେ ରେହମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଯେତେବେଳେ ୨୩ ବର୍ଷ ବୟସରେ ତାଙ୍କ ଉଭଣୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା ସେତେବେଳେ ତାଙ୍କ ପାଇଁ ରେହମାନଙ୍କ ପୁରା ପରିବାର ଇସଲାମିକ୍ ଧର୍ମସ୍ଥଳୀରେ ପହଞ୍ଚିଯାଇଥିଲେ ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଫଳରେ ରେହମାନଙ୍କ ପରିବାର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମକୁ ସ୍ବୀକାର କରିଥିଲେ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular