ଶ୍ରୀନଗର: ନୂଆବର୍ଷ ପୂର୍ବରୁ କାରଗିଲ୍ ବାସିନ୍ଦାଙ୍କୁ ମିଳିଛି ଉପହାର । ଏଠାରେ ଥିବା ୧୦୪ ଘରେ ବିଦ୍ୟୁତ୍ ସଂଯୋଗ କରାଯାଇଛି । ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଏସବୁ ଘରକୁ ଆଲୋକିତ କରାଯାଇଛି । କାରଗିଲ୍ ପ୍ରଶାସନ ଏବଂ ଗ୍ଲୋବାଲ ହିମାଲୟାନ ଏକ୍ସପେଡିଶନ୍ ଓ ରୟାଲ ଏନଫିଲ୍ଡର ମିଳିତ ସହଯୋଗରେ ଏପରି କରାଯାଇଛି । କାରଗିଲ୍ ଜିଲ୍ଲା ମୁଖ୍ୟାଳୟଠାରୁ ୬୦ କିଲୋମିଟର ଦୂରରେ ଥିବା ଏହି ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ପୋତି ତାର ଟାଣିବା କଷ୍ଟକର । ଏହି ଅଞ୍ଚଳର ୫ ଗାଁର ୯୭ ଘର ଏବଂ ୭ ଟି ମସଜିଦ୍କୁ ବିଦୁ୍ୟତ୍ ସଂଯୋଗ ଦିଆଯାଇଛି । ଶୀତଦିନେ ଏଠାକାର ତାପମାତ୍ରା ମାଇନସ୍ ୨୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଲୋକଙ୍କ ଘରେ ୫ ଶହ ଏଲଇଡି ଲାଇଟ୍ ଲଗାଯାଇଛି । ଏଠାରେ ୧୭.୫ କିଲେୱାଟର ବିଦୁ୍ୟତ୍ ସିଷ୍ଟମ୍ ସ୍ଥାପନ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0