ବଲାଙ୍ଗୀର : ଟିଟିଲାଗଡ଼ ପୁଲିସ୍ କବଜାରେ ୩ ଲୁଟେରା। ଦୀର୍ଘଦିନ ହେବ ଏହି ଲୁଟେରା ପୁଲିସ୍ ଟାର୍ଗେଟରେ ଥିଲେ। ଟିଟିଲାଗଡ଼ ଅଞ୍ଚଳ ସମେତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳାଇଥିଲେ ଲୁଟପାଟ। ଏହି ଗ୍ୟାଙ୍ଗ ଆଖି ପିଛୁଳାକେ ଲୋକଙ୍କ ଠାରୁ ଲୁଟ କରି ଫେରାର ହୋଇଯାଉଥିଲେ। ଏହି ଗ୍ୟାଙ୍ଗର ୩ଜଣ ଲୁଟେରାଙ୍କୁ ଗିରଫ କରିଛି ଟିଟିଲାଗଡ ପୋଲିସ।
ଗତ ୨୧ ତାରିଖ ସନ୍ଧ୍ୟାରେ ଟିଟିଲାଗଡ଼ ସହରସ୍ଥିତ ଏଚ.ପି. ଗ୍ୟାସ ଗୋଦାମ ତଥା ଦୋକାନର କର୍ମଚାରୀଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରି ଫେରାର ମାରିଥିଲେ ଏହି ଲୁଟେରା। ଆରକ୍ଷୀ ଅଧିକାରୀ ତଥା ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବଲାଙ୍ଗୀର ପୁଇଁତଳା ନିକଟସ୍ଥ କୂରେଭନା ଗାଁ ନିକଟରୁ ଲୁଟେରାମାନଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ।
ତିନିଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୯ ହଜାର ସାତ ଶହ ଟଙ୍କା, ଏକ ମୋଟର ସାଇକେଲ ସହ ଅନ୍ୟାନ ସାମଗ୍ରୀ ଜବତ କରିଛି ପୋଲିସ । ଲୁଟେରାମାନଙ୍କ ନାମରେ ପୂର୍ବରୁ ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନାରେ ଲୁଟ କରିଥିବା ନେଇ ଅନେକ ମୋକଦ୍ଦମା ରହିଛି l ଟିଟିଲାଗଡ଼ ଏସଡ଼ିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଜି ଗିରଫ ଲୁଟେରା ମାନଙ୍କୁ କୋଟ ଚାଲାଣ କରାଯିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0