ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କୁ ହଡ଼ପ କରି ରାଜ୍ୟ ସରକାର ବିଜୁ ପକ୍କାଘର ନାମରେ ଫଳକ ଲଗାଇବା ପ୍ରତିବାଦରେ ପୁରୀ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ଜାରୀ ରହିଛି l ଏହା ସହିତ ଫନି ସହାୟତା ପ୍ରଦାନରେ ଟାଳଟୁଳ ନୀତି, ଫନିରେ କ୍ଷତିଗ୍ରସ୍ତ ହୋଇଥିବା ସାତଶଂଖସ୍ଥିତ ଉତ୍ତରାୟଣୀ ଶୀତଳ ଭଣ୍ଡାରର ପୁନରୁଦ୍ଧାର ନହେବା ଏବଂ ମନରେଗା ଯୋଜନାରେ ହୋଇଥିବା ଅନିୟମିତତା ବିରୋଧରେ ବିଜେପି ତରଫରୁ ପିପିଲି ତହସିଲଦାର ଓ ବିଡ଼ିଓଙ୍କୁ ଚେତାବନୀ ଦିଆଯାଇଛି l ଯଦି ସ୍ଥାନୀୟ ପ୍ରଶାସନ ଏ ଦିଗରେ ସ୍ୱଛତା ନଆଣନ୍ତି ତେବେ ଆଗାମୀ ଦିନରେ ପ୍ରଶାସନକୁ ପ୍ରତ୍ୟେକ ଗାଁ ଗଣ୍ଡାରେ ବିରୋଧ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ l ଏଥି ସହିତ ବିଜୁ ପକ୍କାଘର ପୋଷ୍ଟର କୁ ବିଜେପି କର୍ମୀମାନେ ନିଆ ଲଗାଇ ଜାଳିବା ସହ ଆଗାମୀ ଦିନରେ ଏଭଳି ହୀନ କର୍ମରୁ ନିବୃତ ରହିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଚେତାବନୀ ଦେଇଥିଲେ l



Visitors Today : 1
Total Visitors : 130423
Total Views : 9891953
Visitors Online Now : 0