ନିମାପଡ଼ା: ରାଜ୍ୟସରକାର ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା ନିମନ୍ତେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିଥିବାରୁ ଆଜି ସଂନ୍ଧ୍ୟାରେ ପୂରୀ ଜିଲ୍ଲା ଅଧିନ ନିମାପଡ଼ା ସ୍ଥିତ ନିମାପଡ଼ା ଉଚ୍ଚବିଦ୍ୟାଳୟରେ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ଛାତ୍ର ଏବଂ ଶିକ୍ଷକ । ରାଜ୍ୟସରକାରଙ୍କ ଏଭଳି ପଦକ୍ଷେପ ନେଇ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଭଳି ପଦକ୍ଷେପ ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସରକାରୀ ସ୍କୁଲ ର ଶିକ୍ଷକ ଏବଂ ଛାତ୍ରଛାତ୍ରୀ । ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ସରକାରୀ ବିଦ୍ୟାଳୟରେ ଉପସ୍ଥାନ ବଢ଼ିବ । ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିବେ । ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ଏହାଏକ ସ୍ୱାଗତଯୋଗ୍ୟ l



Visitors Today : 4
Total Visitors : 130422
Total Views : 9891952
Visitors Online Now : 0