ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଶୀତର ପ୍ରକୋପ । ଏହି ପ୍ରକୋପ ଜାନୁଆରୀ ୨ ଯାଏଁ ରହିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ଅନେକ ସ୍ଥାନରେ ୧୧ରୁ ୧୦ ଡିଗ୍ରୀ ଯାଏଁ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଠାରୁ ରାଜ୍ୟର ୬ ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲ୍ଲୋ ଓ୍ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ । ଶୀତ ଦୃଷ୍ଟିରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସ.ଆର.ସି। ଏପଟେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି। ନିରାଶ୍ରୟଙ୍କ ରାତ୍ର ରହଣି ଲାଗି ବି.ଏମ.ସିରେ ଅସ୍ଥାୟୀ ଆଶ୍ରୟ ଗୃହ ଖୋଲିବାକୁ ଭୁବନେଶ୍ୱର ବ୍ଲକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ବି.ଏମ.ସିର ଅତିରିକ୍ତ କମିଶନର । ବିଭିନ୍ନ ସ୍କୁଲକୁ ସାମୟିକ ଆଶ୍ରୟ ଗୃହ ଭାବେ ବ୍ୟବହାର ଲାଗି ନିର୍ଦ୍ଦେଶ ରହିଛି । ଆଇ.ଆର.ସି ଭିଲେଜସ୍ଥିତ ସରକାରୀ ନୋଡାଲ ସ୍କୁଲରେ ଓ ବୁଦ୍ଧେଶ୍ୱରୀ କଲୋନୀର ଷ୍ଟେସନ୍ ବଜାର ୟୁପି ସ୍କୁଲରେ ଆଶ୍ରୟ ଗୃହ ହେବା ଲାଗି ଚିଠି ଲେଖାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0