ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ୩୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବାଂଚ ଏସଟିଏଫ । ଏଥିସହ ବ୍ରାଉନସୁଗର ଡିଲ କରୁଥିବା ଡିଲରକୁ ଏସଟିଏଫ ଗିରଫ କରିଛି । ବାଲେଶ୍ୱର ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ ବେଳେ ଏସଟିଏଫ ଏହି ଡିଲରକୁ ଧରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି । ଅଭିଯୁକ୍ତ ନାଁରେ ଖୋର୍ଦ୍ଧା ଜଙ୍କିଆ ପୁଲିସ ଷ୍ଟେସନରେ ଏକ ମାମଲା ରଜୁ କରାଯିବା ସହ ଏହାର ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜୁଛି କ୍ରାଇମବ୍ରାଂଚ ଏସଟିଏଫ ।ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିସାରିଲାଣି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0