spot_img

ଅନଶନରେ ବସିବେ ଆନ୍ନା

ପୁଣେ: ଆସନ୍ତା ମାସରେ ଦିଲ୍ଲୀରେ ଚାଷୀଙ୍କ ସମର୍ଥନରେ ଆନ୍ନା ହାଜାରେ ଆନେ୍ଦାଳନ ଆରମ୍ଭ କରିବେ । ଜାନୁୟାରୀ ଶେଷ ସୁଦ୍ଧା କେନ୍ଦା ସରକାର ଯଦି ଦାବି ପୂରଣ ନ କରନ୍ତ ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନ ହାଜାରେ ଧମକ ଦେଇଛନ୍ତି । ଏହା ତାଙ୍କର ଶେଷ ଆନେ୍ଦାଳନ ହେବ ବୋଲି ସେ କହିଛନ୍ତି । ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଧିଠାରେ ଖବରଦାତାମାନଙ୍କୁ ଆନ୍ନା କହିଥିଲେ ୩ ବର୍ଷ ହେଲା ସେ ଚାଷୀଙ୍କ ପାଇଁ ଅନେକ ଥର ବିକ୍ଷୋଭ କରିଛନ୍ତି । କିନ୍ତୁ ସରକାର ଫାକା ପ୍ରତିଶୃତି ଦେବା ବ୍ୟତୀତ ଅନ୍ୟ କିଛି କରିନାହାନ୍ତି । ସେଥିପାଇଁ ସରକାରଙ୍କ ଉପରୁ ତାଙ୍କର ଆସ୍ଥା ତୁଟି ଗଲାଣି । ତେଣୁ ଜାନୁୟାରୀ ଶେଷ ସୁଦ୍ଧା ଯଦି ସେମାନେ ଦାବି ପୂରଣ ନ କରନ୍ତି ତେବେ ସେ ଅନଶନ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular