spot_img

ସଞ୍ଜୟଙ୍କ ପତ୍ନୀଙ୍କୁ ତୃତୀୟ ଥର ଲାଗି ସମନ ଜାରି କଲା ଇଡି

ମୁମ୍ବାଇ:ସଞ୍ଜୟଙ୍କ ପତ୍ନୀଙ୍କୁ ତୃତୀୟ ଥର ଲାଗି ସମନ ଜାରି କଲା ଇଡି । ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପଞ୍ଜାବ ଓ ମହାରାଷ୍ଟ ସହକାରୀ ବ୍ୟାଙ୍କ ଜାଲିଆତି ମାମଲାରେ ଆଜି ହାଜର ହେବାକୁ କହିଛନ୍ତି । ବର୍ଷାଙ୍କୁ ତୃତୀୟଥର ପାଇଁ ଏହି ସମନ ଜାରି କରାଯାଇଛି । ଏହା ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏଜେନ୍ସି ସାମ୍ନାରେ ହାଜର ହେବାକୁ ମନା କରିଦେଇଥିଲେ । ଗତବର୍ଷ ସେପ୍ଟେମ୍ବରରେ ଆରବିଆଇ ପ୍ରତ୍ୟାହାର ସୀମାକୁ ହ୍ରସ କରି ୪,୩୫୫ କୋଟି ଟଙ୍କା ଠକେଇ ପରେ ପିଏମସି ବ୍ୟାଙ୍କର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular