ନୂଆଦିଲ୍ଲୀ: ରାଜସ୍ଥାନର ରାଜନୈତିକ କନ୍ଦଳ ମାମଲାକୁ ନେଇ ଜୁଲାଇ ୨୪ରେ ରାଜସ୍ଥାନ ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଗୁରୁବାର ଦିନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତି ପ୍ରଥମେ ଆସିବା ଉଚିତ । ହାଇକୋର୍ଟ ଶୁଣାଣି କରିବା ପରେ ଏ ନେଇ ସୁପ୍ରିମକୋର୍ଟରେ ସୋମବାର ପୁଣି ଶୁଣାଣି ହେବ। ରାଜସ୍ଥାନ ହାଇକୋର୍ଟ ବାଚସ୍ପତିଙ୍କ କାର୍ୟ୍ୟାନୁଷ୍ଠାନ ଉପରେ ଜୁଲାଇ ୨୪ ତାରିଖ ପର୍ୟ୍ୟନ୍ତ ରୋକ୍ ଲଗାଇବା ପରେ ବାଚସ୍ପତି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଆଜି ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ୍ ଲଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅର୍ଥାତ୍ ଆସନ୍ତାକାଲି ରାଜସ୍ଥାନ ହାଇକୋର୍ଟ ପୂର୍ବବତ୍ ରାୟ ପ୍ରଦାନ କରିବା ନିଶ୍ଚିତ ହୋଇଛି । 
ଉିଳିଥିବା ତଥ୍ୟ ଅନୁଯାୟୀ, ରାଜସ୍ଥାନ ହାଇକୋର୍ଟର ଆଦେଶରେ ଅସନ୍ତୋଷ ଜାହିର କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ବାଚସ୍ପତି ସି.ପି.ଯୋଶୀ। ବାଚସ୍ପତି ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ସୁପ୍ରିମ୍ କୋର୍ଟଙ୍କର ଏକ ପୂର୍ବ ରାୟ ମୁତାବକ କୌଣସି ଅଦାଲତ ବାଚସ୍ପତିଙ୍କ ଦ୍ବାରା ଚାଲିଥିବା କାର୍ୟ୍ୟକାରୀ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। ସଚିନ ପାଇଲଟ୍ ଏବଂ ତାଙ୍କର ୧୮ ସମର୍ଥକ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି କୌଣସି ନିଷ୍ପତ୍ତି ନ ନେବା ପର୍ୟ୍ୟନ୍ତ ଏଥିରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆବେଦନରେ କୁହାଯାଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0