ଗଞ୍ଜାମ : ଗଞ୍ଜାମ ଭଞ୍ଜନଗରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିଛି ବନବିଭାଗ । ହାତୀ ଛୁଆ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିବା ବେଳେ ସେଲଫି ନିଶାରେ ନାବାଳକ ପ୍ରାଣ ହରାଇଛି । ତୁରନ୍ତ ଉଭୟ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଲେଖାଁଏ ଟଙ୍କା ଦିଆଯାଇଛି । ବାକି ୩ ଲକ୍ଷ ୬୦ ହଜାର ଟଙ୍କା ପରେ ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।
ଭଞ୍ଜନଗର ଉତରଘୁମୁସର ବନଖଣ୍ଡ ଗାଲେରୀ ରେଂଜ ବଦାଙ୍ଗିବିଟର ନୁଆପଲ୍ଲୀ ଗାଁ ନିକଟ କାଜୁ ଜଙ୍ଗଲରେ ଦୁଇଟି ହାତୀ ଛୁଆ ଜନ୍ମ ହୋଇଛନ୍ତି । ଏବଂ ୨୨ଟିକିଆ ହାତୀପଲ ଛୁଆଙ୍କୁ ସୁରକ୍ଷା ଦେଉଛନ୍ତି । ଏହି ଖବର ନିକଟସ୍ଥ ଗାଁରେ ପହଞ୍ଚିବା ପରେ ହାତୀ ଛୁଆକୁ ଦେଖିବା ପାଇଁ କାଜୁ ଜଙ୍ଗଲରେ ଲୋକଙ୍କ ଭିଡ ଲାଗିଥିଲା । ଅଧିକ ଲୋକଙ୍କୁ ଦେଖି ହାତୀପଲ ଚିଡି ଯାଇଥିଲେ । ହାତୀପଲରେ ଥିବା ଦନ୍ତାହାତୀ ଲୋକଙ୍କୁ ଆକ୍ରମଣ କରିଥିଲା । ହାତୀ ପାଦତଳେ ଦଳି ହୋଇ ସୁକୁରିଆ ନାଇକ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ସେଲଫି ନିଶାରେ ପ୍ରାଣ ହରାଇଛି ୧୩ ବର୍ଷର ନାବାଳକ ଗଣେଷ ଗୌଡ଼ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0