spot_img

ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ

ରାଉଲକେଲା: ସୁନ୍ଦରଗଡ ଜିଲ୍ଳାର ବୀରମିତ୍ରପୁର ଥାନା ଅଞ୍ଚଳରେ ଜମି ହଡପ ଓ ଗୁଣିଗାରେଡି ସନ୍ଦହରେ ଗୋଟିଏ ପରିବାରକୁ ଗାଁ ଲୋକେ ବାସନ୍ଦ କରି ୨୦ ହଜାର ଟଙ୍କା ଜରିମାନା ସହ ଗାଁ ଛାଡିବାକୁ ଧମକ ଦେଇଥିବାର ସୂଚନା ମିଳିଛି ।
ସୂଚନା ମୁତାବକ, ସୁନ୍ଦରଗଡ ଜିଲ୍ଳା ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁର ସୁଖଦେବ ରଣାଙ୍କ ସ୍ତ୍ରୀଙ୍କୁ କିଛି ଗାଁ ଲୋକେ ତାଙ୍କୁ ଡାହାଣୀ କହିବା ସହିତ ତାଙ୍କ ଜମିକୁ ଜୋରଜବରଦସ୍ତ ହଡପ କରି ଘର ତିଆରି କରିଛନ୍ତି । ସେତିକି ନୁହେଁ ସୁଖଦେବ ରଣା ଓ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ କୁଆଁରମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେବେ ସୁଖଦେବ ଓ ତାଙ୍କ ପରିବାରକୁ ଗତ ୧୪ ତାରିଖରେ ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ବୀରମିତ୍ରପୁର ଥାନା ପୋଲିସ ତଦନ୍ତ କରି ୧୪ ଜଣଙ୍କ ନାଆଁରେ ମାମଲା ରୁଜ୍ଜୁ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular