କଟକ : କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଏହି ସିନ୍ଥେଟିକ୍ ପନିର ଜବତ କରାଯାଇଛି । ଏହି ସିନ୍ଥେଟିକ୍ ପନିର କୋଲକତାରୁ ଆସିଥିବା ନେଇ ସୂଚନା ମିଳିଛି । ଏକ କ୍ବିଣ୍ଟାଲରୁ ଅଧିକ ପନିର ଜବତ କରାଯାଇଛି । ଏହି ଅପମିଶ୍ରିତ ପନିର ଜବତ ହେବା ପରେ ସିଏମସି ଦ୍ବାରା ମାନ ଯାଞ୍ଚ କରାଯାଇଛି । ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ପନିରକୁ କୋଲକତାରୁ ଆଣି କଟକରେ ବ୍ୟବସାୟ କରାଯାଉଥିଲା । କେତେ ଦିନ ହେବ ଏଭଳି ପନିରରୁ ବଜାରରେ ଛଡାଯାଇଥିଦଲା ତାର ଖୋଳତାଡ କରୁଛି ପୋଲିସ । ତେବେ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହି ଭେଜାଲ ପନିର ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ । ତେଣୁ ଶୀଘ୍ର ଏହାର ଯାଞ୍ଚ କରାଯାଇ ବଜାରରେ ଥିବା ସମସ୍ତ ପନିରକୁ ଜବତ କରିବାକୁ ସାଧାରଣରେ ଦାବି ହେଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0