ହିମାଳୟର ପାର୍ବତ୍ୟ ଅଞ୍ଚଳରେ ତୁଷାରପାତ ହେତୁ ହରିୟାଣା, ରାଜସ୍ଥାନର ଅନେକ ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଥଣ୍ଡା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି । ସଫଦରଜଙ୍ଗରେ ୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦିଲ୍ଲୀର ଇୟାନଗର ୨.୬ ଡିଗ୍ରୀ ଏବଂ ଲୋଡି ରୋଡ୍ରେ ୨.୭ ଡିଗ୍ରୀ ରେକର୍ଡ କରାଯାଇଛି । ନୂଆ ବର୍ଷରେ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପାଶ୍ଚାତ୍ୟ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ଶୀତୁଆ ପବନ ହେତୁ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସକୁ ଖସି ଆସିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0