ବଲିଉଡ ଅଭିନେତ୍ରୀ ଶ୍ରୁତି ସେଠ ଅସୁସ୍ଥ। ତାଙ୍କର ଜରୁରୀ କାଳିନୀ ଅସ୍ତ୍ରୋପଚାର କରାଯାଇଛି। ଏନେଇ ସେ ନିଜେ ହସ୍ପିଟଲ ବେଡରୁ ତାଙ୍କର ଏକ ଫଟୋକୁ ଇନଷ୍ଟାଗ୍ରାମରେ ଶେଆର କରି ସୂଚନା ଦେଇଛନ୍ତି। ୪୩ ବର୍ଷୀୟ ଶ୍ରୁତି ଫଟୋ ପୋଷ୍ଟ କରି ଲେଖିଛନ୍ତି, ସ୍ୱାସ୍ଥ୍ୟ ଠାରୁ ଅନ୍ୟ କିଛି ବି ଗୁରୁତ୍ୱପୂର୍ଣ୍ଣ ନାହିଁ। ସ୍ୱାସ୍ଥ୍ୟ ସମସ୍ୟାକୁ କେବେ ବି ଅବେହଳା କରନ୍ତୁ ନାହିଁ। ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ଖୁସିରେ ରହନ୍ତୁ ବୋଲି ସେ କହିଛନ୍ତି। କିଛି ଦିନ ତଳେ ଶ୍ରୁତିଙ୍କୁ ଏକ ଜରୁରୀକାଳୀନ ସର୍ଜରୀ କରିବାକୁ ପଡିଛି। ତେବେ ତାଙ୍କର କ’ଣ ହୋଇଛି ଏବଂ କାହିଁକି ସର୍ଜରୀ କରାଯାଇଛି ସେ ନେଇ କୌଣସି ସୂଚନା ସେ ଦେଇ ନାହାନ୍ତି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0