spot_img

ଆର ଅଶ୍ୱିନଙ୍କୁ ନେଇ ବିବୃତ୍ତି ରଖିଲେ ପତ୍ନୀ ପ୍ରୀତି

ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ଏକ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୮ ଉଇକେଟ ଜିତିଥିଲା । ଭାରତର ଏହି ବିଜୟରେ ଭାରତ ଷ୍ଟାର ବୋଲର ଆର ଅଶ୍ୱନ ଏକ ଗୁରୁତବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହା ପରେ ତାଙ୍କ ସ୍ତ୍ରୀ ପ୍ରୀତିଙ୍କ ବିବୃତ୍ତି ଆସିଛି । ମେଲବୋର୍ନ ଟେଷ୍ଟରେ ଅଶ୍ୱିନ ମୋଟ ୫ ଉଇକେଟ ନେଇଥିଲେ । ପ୍ରୀତି ନିଜ ଟୁଇଟରେ ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନ୍ଦନ ଜଣାଇବା ସହ ବକ୍ସିଂ ଡେ ଟେଷ୍ଟ ଜିତିବା ପରେ ଅଶ୍ୱିନ କେତେ ଖୁସି ଅଛନ୍ତି , ସେ ଆଜି ପର୍ଯ୍ୟନ୍ତ ତାଙ୍କୁ ଏତେ ଖୁସିରେ ଦେଖି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ପ୍ରୀତି ଲେଖିଛନ୍ତି ଯେ, ଅଶ୍ୱିନ ଖେଳୁତିବା ପ୍ରତ୍ୟକ ଟେଷ୍ଟ ମ୍ୟାଚ ପରେ ମୁଁ ତାଙ୍କ ସହ କଥା ହୁଏ । କିନ୍ତୁ ଏହି ୧୦ ବର୍ଷ ମଧ୍ୟରେ ମୁଁ ତାଙ୍କୁ ଏତେ ଖୁସି , ସନ୍ତୁଷ୍ଟ ଏବଂ ତାଙ୍କ ଆଖିରେ ଏତେ ଖୁସି କେବେ ଦେଖି ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular