ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ । ଅତି ବୀଭତ୍ସ ଭାବେ ଗାଁ ରାସ୍ତାରେ ମହିଳାଙ୍କ ବେକ କାଟି ହତ୍ୟା କରାଯାଇଛି । ।
ଗାଁର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ନଥିଲେ । ଖଇରୀ ମହାନ୍ତ ଗୁଣିଗାରେଡି କରୁଥିବାରୁ ଅନିଲଙ୍କର ସନ୍ତାନ ହେଉ ନଥିବା ସେ ସନ୍ଦେହ କରୁଥିଲେ । ଏହାକୁ ନେଇ ଅନୀଲ କ୍ଷୁବ୍ଧ ଥିଲେ । ଖଇରୀ ଗୁଣିଗାରେଡି କରୁଥିବାରୁ ତାଙ୍କ ସନ୍ତାନ ହେଉ ନଥିବା ସନ୍ଦେହ କରି ମଙ୍ଗଳବାର ସନ୍ଧ୍ୟା ସମୟରେ ଖଇରୀ ଗାଁ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଏବଂ ତାର ଭାଇ ବଳରାମ ଧାରୁଆ ଅସ୍ତ୍ରରେ ବେକକାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୁଧବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଜାରି ରଖିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0