ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଜନସାଧାରଣ ମାନେ ଆରଟିଓ -୧ରେ ଅନଲାଇନରେ ଆବେଦନ କରିପାରିବେ।ଏନେଇ ଟ୍ୱିଟ୍ କରି ଭୁବନେଶ୍ୱର ଆରଟିଓ ୧ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ଲର୍ଣ୍ଣିଂ ଲାଇସେନ୍ସ ଥିବା ଗାଡି ଚାଳକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ।
From today applying for the new DL started at RTO-1 BBSR.LLholder can apply for the new DL to RTO-1.
— Rto Bhubaneswar-I (@RtoBbsr_I) December 29, 2020
ପୂର୍ବରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ଜାରି ରହିଛି । ଆରଟିଓର ସମସ୍ତ ସେବାକୁ ପେପରଲେସ୍ କରିବା ପାଇଁ ପ୍ରୟାସ ଚାଲିଛି । ତେବେ ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ୍ ଏପରିକି ନବୀକରଣ ଭଳି କାର୍ଯ୍ୟପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିଥିଲା ଲୋକଙ୍କୁ । ଏବେ ଆରଟିଓ ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0