କେନ୍ଦ୍ରାପଡା : ଆଳି ରାଜବଂଶର ଐତିହ ପରମ୍ପରା ଓ କଳାକୃତି କୁ ନେଇ ଚାନ୍ଦବାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ ମହାନ୍ତିଙ୍କ ଲିଖିତ “ଆଳିର ସଂସ୍କୃତି ଓ ଐତିହର ବୈଭବ”ନାମକ ଏକ ସ୍ମରଣୀକା ଆଳି ରାଜବାଟି ପରିସରରେ ଉନ୍ମୋଚିତ ହୋଇ ଯାଇଛି। ଏହି ଉନ୍ମୋଚନ ଉତ୍ସବରେ ରାଜକନିକା ଏସ ଏନ କଲେଜର ପ୍ରାକ୍ତନ ଅଧକ୍ଷ ବୈକୁଣ୍ଠ ନାଥ ପରିଡାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବରେ ଆଳି ରାଜା ବ୍ରଜ କିଶୋର ଦେବ,ବିଧାୟକ ପ୍ରତାପ କେଶରୀ ଦେବ,ଲେଖକ ଶାନ୍ତନୁ ମହାନ୍ତି,ମୁଖ୍ୟବକ୍ତା ଭାବରେ ରେଭେନ୍ସା କଲେଜର,ଶାନ୍ତିନିକେତନ ଓ ବାଣୀବିହାର କଲେଜର ପ୍ରାକ୍ତନ ଅଧକ୍ଷ ବୈଷ୍ଣବ ଚରଣ ସାମଲ,ସନମାନିତ ଅତିଥି ଭାବରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା ପ୍ରମୁଖ ଯୋଗଦେଇ ଆଳିର ଇତିହାସ,କିମ୍ବଦନ୍ତୀ ଓ ଓଡ଼ିଶାର ରାଜ ବଂଶର ସୃଷ୍ଟି ବିଷୟରେ ବକ୍ତବ୍ୟ ରଖିଥିଲେ। ତେବେ ଏହି ସଭାରେ ଆଳି,ରାଜକନିକା, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ଅଞ୍ଚଳରୁ ଅନେକ ଐତିହାସିକ, ସାହିତ୍ୟିକ ଓ ସମାଜ ସେବୀ ଯୋଗଦେଇଥିଲେ।ତେବେ ସର୍ବ ସେସରେ ବରାହ ମନ୍ଦିରର ବଡ଼ ପଣ୍ଡା କିମ୍ବଦନ୍ତୀ ବହନ କରୁଥିବା ଆଳିର ପ୍ରଭୁ ବରାହ ଜୀଉଙ୍କର ଶ୍ଲୋକ ପାଠକରିବା ସହିତ ରାଜ୍ୟ ସରକାରଙ୍କ ସଂକୃତି ବିଭାଗ ବରାହଜୀଉ ମନ୍ଦିରର ସୌନ୍ଦର୍ୟ୍ୟ କରଣ ନିମନ୍ତେ ଏକ କୋଟି ଟଙ୍କା ମଞ୍ଜୁର କରିଥିବା କଥା ଆଳି ବିଧାୟକ ଘୋଷଣା କରିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0