ଭୁବନେଶ୍ୱର: ସରକାରୀ ଅଫିସରେ ନୂଆବର୍ଷ କଟକଣା । ସାମାଜିକ ଦୂରତା ସହ ଭର୍ଚୁଆଲ୍ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ନିର୍ଦ୍ଦେଶ । ଷ୍ଟାପ୍ ପରସ୍ପରକୁ ଭେଟି ବା ଅଫିସରକୁ ଭେଟି ଅଭିନନ୍ଦନ ନଜଣାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଖବର ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିଛି । ତଥାପି କରୋନାର ଭୟ ରହିଛି । ସାରାବିଶ୍ୱରେ କରୋନାର ନୂଆ ଷ୍ଟ୍ରେନ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଓ ପର ଦିନ କୌଣସି ସ୍ଥାନରେ ପାର୍ଟି ଆୟୋଜନ ଉପରେ କଟକଣା ଲଗାଇଥିଲେ ପ୍ରଶାସନ । ସେହିପରି ବିଏମ୍ସି ଓ ସିଏମ୍ସି ପକ୍ଷରୁ ପାର୍ଟି ଆୟୋଜନ ଉପରେ ରୋକ ଲଗାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0