ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା। ଏନେଇ ସୂଚନା ଦେଲେ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ। ସେ କହିଛନ୍ତି-“କମ୍ ସମୟରେ ଅଧିକ ମାଲ୍ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି। ସେସବୁ ଜାହାଜ ଆମ ବନ୍ଦରରେ ଥିବା ଡକ ଭିତରକୁ ଆସିପାରୁନି। ବଡ଼ ଜାହାଜ ଆଣିବାକୁ ଭାରତକୁ ବଡ଼ ବନ୍ଦର ଓ ଡକ ଦରକାର। ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ । କେନ୍ଦ୍ର ସରକାର ପୂର୍ବ ଭାରତକୁ ଫୋକସରେ ରଖିଛନ୍ତି। ସେଥିପାଇଁ ପାରାଦୀପ ବନ୍ଦରକୁ ବିକାଶ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ବନ୍ଦରର ବିକାଶ ଘଟିଲେ ପୂର୍ବ ଭାରତ ଉନ୍ନତି ସମ୍ଭବ ବୋଲି ମତପ୍ରକାଶ ପାଇଛି।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0