spot_img

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରାଜନଗର: ରାଜନଗର ବ୍ଲକ ‘ପିପୁଲ ଫର ଦ ନିଡି ‘ ସଙ୍ଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ସିବିର ଅନୁଷ୍ଠିତ ହୋଇଯାଇଛି । ସାଇନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟ ସହାୟତାରେ ହାତିନା ସ୍ଥିତ ଲକ୍ଷ୍ମୀ ବରାହ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ଚକ୍ଷୁଚିକିତ୍ସା ଶିବିରକୁ ଶହେରୁ ଅଧିକ ଲୋକେ ଆସି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଅଧିକାଂଶ ବୟସ୍କ ଲୋକ ଚକ୍ଷୁ ପରୀକ୍ଷା କରାଇବାକୁ ଏହି ଶିବିରକୁ ଆସୁଥିବା ଦେଖିବାକୁ ମିଳିଥିଲା । ଏହି ଚିକିତ୍ସା ଶିବିରରେ ଯେଉଁମାନଙ୍କର ମୋତିଆ ବିନ୍ଦୁ ଥିବା ଜଣା ପଡିଛି ସେମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ଚଣ୍ଡିଖୋଲ ସ୍ଥିତ ସାଇନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟରେ ମାଗଣା ଅପରେସନ କରାଯାଇ ଚଷମା ପ୍ରଦାନ କରାଯିବ ବୋଲି ‘ପିପୁଲ ଫର ଦ ନିଡି’ ସଂଙ୍ଗଠନର କର୍ମକର୍ତ୍ତା କହିଛନ୍ତି । ଗ୍ରାମାଞ୍ଚଳରେ ଏଭଳି ଏକ ନିଆରା ମାଗଣା ଚକ୍ଷୁ ଚିକିତ୍ସା ସିବିର କରି ସ୍ଥାନୀୟ ଅଞ୍ଚଳରେ ପ୍ରସଂଶାର ପାତ୍ର ପାଲଟିଛନ୍ତି ଏହି ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular