spot_img

ଟିକା ନେବାର ୮ ଦିନ ପରେ କୋଭିଡ୍-୧୯ରେ ସଂକ୍ରମିତ

କାଲିଫର୍ନିଆ: ଆମେରିକା କାଲିଫର୍ନିଆର ସାନ ଡିଏଗୋର ଜଣେ ପୁରୁଷ ନର୍ସ କୋଭିଡ୍-୧୯ ଟିକା ଗ୍ରହଣ କରିବାର ଆଠ ଦିନ ପରେ କରୋନାଭାଇରସ୍ ସଂକ୍ରମିତ ରୂପେ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ନର୍ସ ଜଣକ ଜର୍ମାନର ବାୟୋଟେକ୍ କମ୍ପାନି ବାୟୋନଟେକ୍ ସହଯୋଗରେ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର ଦ୍ୱାରା ବିକଶିତ ହୋଇଥିବା ଟିକା ନେଇଥିଲେ। ନର୍ସ ମାଥ୍ୟୁ ଡବ୍ଲ୍ୟୁଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ସେ ଡିସେମ୍ବର ୧୮ରେ କୋଭିଡ୍-୧୯ ଟିକା ଗ୍ରହଣ କରିଥିଲେ। ଫାଇଜର-ବାୟୋନଟେକ୍ କୋଭିଡ୍-୧୯ ଟିକା ଗ୍ରହଣ କରିବା ପରେ ମାଥ୍ୟୁଙ୍କ ବାହୁରେ ଗୋଟିଏ ଦିନ ପାଇଁ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ସେ ଅନ୍ୟ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଭୋଗି ନଥିଲେ। ହେଲେ, ରିପୋର୍ଟ ଅନୁଯାୟୀ ଛଅ ଦିନ ପରେ ସେ ଅସୁସ୍ଥ ହୋଇ ପଡିଥିଲେ। ମାଂସପେଶୀରେ ଯନ୍ତ୍ରଣା ଏବଂ ଥକାପଣ ଅନୁଭବ କରିବା ପରେ ସେ ଥଣ୍ଡାରେ ପୀଡ଼ିତ ହୋଇ ପଡ଼ିଥିଲେ। ଖ୍ରୀଷ୍ଟମାସର ଗୋଟିଏ ଦିନ ପରେ ସେ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଖ୍ରୀଷ୍ଟମାସ ଦିନ ତାଙ୍କର ଲକ୍ଷଣ ସର୍ବାଧିକ ହୋଇଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular