ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ବିସ୍ତାର ରୋକିବାକୁ ଗୁରୁବାର ଦିନ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗୁରୁବାର ଦିନ ଜାତୀୟ ରାଜଧାନୀ ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ଆଦେଶନାମାରେ ‘ଡିଡିଏମଏ’ କହିଛି ଯେ, ଡିସେମ୍ବର ୩୧ ଓ ଜାନୁଆରି ୧ରେ ରାତି ୧୧ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ଦିଲ୍ଲୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯିବ। ରାତ୍ର ୧୧ଟା ପରେ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ସମବେତ ହୋଇ ପାରିବେ ନାହିଁ। ନବବର୍ଷ ପାଳନ ପାଇଁ କୌଣସି କାର୍ୟ୍ୟକ୍ରମ ବା ସମାବେଶକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ଏହି ଆଦେଶନାମାରେ ଉଲ୍ଲେଖ ରହିଛି।ନବବର୍ଷ ପାଳନ ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ଦିଲ୍ଲୀରେ ଏହି କଟକଣା ଲାଗୁ କରାଯାଇଥିବା ଜଣାପଡ଼ିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦିଲ୍ଲୀ ପରିସ୍ଥିତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି। ଇଂଲଣ୍ଡ୍ରୁ ବ୍ୟାପିଥିବା କରୋନାଭାଇରସ୍ର ପରିବର୍ତ୍ତିତ ପ୍ରଜାତି ଏବଂ ଦିଲ୍ଲୀର ‘ଜିଏନସିଟି’ରେ ମହାମାରୀର ସ୍ଥାନୀୟ ଘଟଣାଗୁଡ଼ିକୁ ଲକ୍ଷ୍ୟ କରିବା ପରେ ଏହି କଟକଣା ଜାରି କରାଯାଇଛି। ଦିଲ୍ଲୀରେ କୋଭିଡ-୧୯ ସଂକ୍ରମଣ ଶୃଙ୍ଖଳ ଚପାଇବା ପାଇଁ ହୋଇଥିବା ଉଦ୍ୟମର ସୁଫଳ ନବବର୍ଷ ପାଳନ ଅବସରରେ ହେବାକୁ ଥିବା ଜନସମାଗମ ଯୋଗୁଁ ବୃଥା ହୋଇପାରେ ବୋଲି ଆଶଙ୍କା ହେଉଛି। କିନ୍ତୁ, କର୍ଫ୍ୟୁ ସମୟରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଲୋକବାକ ଯାତାୟତ ଓ ମାଲ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0