spot_img

୫୦% ଦର୍ଶକରେ ଚାଲିବ ସିନେମା ହଲ୍, ଥିଏଟର

ଭୁବନେଶ୍ବର : ଜାନୁଆରି ମାସରେ ସାମାଜିକ, ଧାର୍ମିକ, କ୍ରୀଡ଼ା, ମନୋରଞ୍ଜନ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇପାରିବ। କିନ୍ତୁ କାର୍ୟ୍ୟକ୍ରମ ସ୍ଥଳରେ ଲୋକ ସଂଖ୍ୟା ୨୦୦ ଟପିବନି। ୯ ମାସ ହେଲା ବନ୍ଦ ଥିବା ଅଡିଟୋରିୟମ, ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ରାଜ୍ୟର ସିନେମା ହଲ ଗୁଡ଼ିକ ମଧ୍ୟ ଖୋଲିପାରିବ। ଏମିତି କିଛି କଟକଣାକୁ କୋହଳ କରି ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାନୁଆରି ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜାନୁଆରି ମାସରେ ବନ୍ଦ ରହିବ। ହିତାଧିକାରୀମାନଙ୍କୁ ପୂର୍ବ ବ୍ୟବସ୍ଥା ପରି ସାମଗ୍ରୀ ଯୋଗାଇଦିଆଯିବ। ପୂର୍ବ ମାସଗୁଡ଼ିକ ପରି ୬ ଫୁଟର ଶାରୀରିକ ଦୂରତା ଓ ମାସ୍କ ପରିଧାନକୁ ଜାନୁଆରି ମାସରେ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କୌଣସି ହଲରେ କାର୍ୟ୍ୟକ୍ରମ କଲା ବେଳେ ସେଠାରେ ହଲ କ୍ଷମତାର ୫୦%ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ। ଖୋଲା ସ୍ଥାନରେ କାର୍ୟ୍ୟକ୍ରମ ଆୟୋଜନ କଲା ବେଳେ ସେହି ସ୍ଥାନର ଆକାର ଦେଖି ଲୋକ ସଂଖ୍ୟାକୁ ଅନୁମତି ଦିଆଯିବ। ତାହା ମଧ୍ୟ ୨୦୦ ଭିତରେ। ଏହି ସମସ୍ତ ପ୍ରକାର କାର୍ୟ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ ଓ ହାତ ଧୁଆ ଆଦିକୁ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ କୋଭିଡ୍ ପରିସ୍ଥିତିକୁ ଦେଖି ଲୋକ ସଂଖ୍ୟା କମାଇପାରିବେ। ଜାନୁଆରିରେ ବିବାହ, ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular