ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ଅଫିସରଙ୍କ ଠାରୁ ଆରମ୍ଭକରି କନିଷ୍ଠଙ୍କ ପର୍ୟ୍ୟନ୍ତ ପଦୋନ୍ନତି ଦେଇଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଶ୍ରୀ ଚୋପ୍ରା ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରିବେ। ପୂର୍ବଭଳି ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ବି ରହିବେ। ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସଚିବ ବିଶାଳ କୁମାର ଦେବ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ଆର୍ ଭିନିଲ୍ କ୍ରିଷ୍ଣା, ପଶୁ ସଂପଦ ନିର୍ଦେଶକ ରତ୍ନାକର ରାଉତ, ବିଧାନସଭା ସଚିବ ଦାଶରଥୀ ଶତପଥୀ କମିସନର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ନିଜ ନିଜ ଦାୟିତ୍ବରେ ପୂର୍ବଭଳି ରହିବେ। ସେହିଭଳି ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଫୁଲ୍ଲ ପ୍ରଧାନ ପଦୋନ୍ନତି ପରେ ସ୍ବତନ୍ତ୍ର ସଚିବ ଭାବେ ସେହିଠାରେ କାର୍ୟ୍ୟ କରିବେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0