ଜଳେଶ୍ୱର: ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଇଂଜିନିୟରିଂ ଓ ଡ଼ାକ୍ତରୀ ପଢିବା ପାଇଁ ଓଡିଶା ସରକାର ସଂରକ୍ଷଣ ବ୍ୟବସ୍ଥା କ୍ୟାବିନେଟରେ ଅନୁମୋଦନ କରିଥିବା ବେଳେ ସରକାରୀ ବିଦ୍ୟାଳୟ କୁ ବନ୍ଦ କରିବା ନିଷ୍ପତିକୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ତୀବ୍ର ବିରୋଧ କରିଛନ୍ତି । ଜଳେଶ୍ୱର ବ୍ଲକର ୫ଟି ସମେତ ରାଜ୍ୟର ୧୪ , ୩୭୯ ଟି ପ୍ରାଥମିକ ବିଦ୍ୟାଳୟ ଓ ୧୪ ଟି ଈଋଊ କଲେଜକୁ ବନ୍ଦ କରିବା ନିଷ୍ପତି ବିରୁଦ୍ଧରେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ଅଫିସ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଈ.ଋ.ଙ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମିଳିତ ସୁରକ୍ଷା କମିଟି ଆବାହକ କ୍ରିଷ୍ଣା ରାଣୀ ସାହୁ ଓ ଡିଏସଓ ର ଜିଲ୍ଲା ସଂଗଠକ ଅସମାନ ରାଜଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମନେ ଏହି ବିକ୍ଷବ ରେ ଯୋଗ ଦେଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0